କବିସୂର୍ଯ୍ୟନଗର: ମର୍ଦମେଖ ଠାରେ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ
ଏକ୍ ପେଡ୍ ମା କେ ନାମ୍ ପେ। ପ୍ରଧାନମନ୍ତ୍ରୀଙ୍କର ଏହି ନାରା ବୃକ୍ଷ ପ୍ରେମୀ ତଥା ପ୍ରକୃତିକୁ ଭଲ ପାଉଥିବା ଲକ୍ଷ୍ମଣଙ୍କୁ ପ୍ରଭାବିତ କରିଥିଲା । ପ୍ରଧାନମନ୍ତ୍ରୀଙ୍କ ୭୫ ତମ ଜନ୍ମଦିବସ ଉପଲକ୍ଷେ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହେଉଥିବା ବେଳେ ପୂର୍ବରୁ ଅନେକ ବୃକ୍ଷ ରୋପଣ କରି ଚର୍ଚ୍ଚାରେ ରହିଥିବା ପ୍ରକୃତି ପ୍ରେମୀ ଲକ୍ଷ୍ମଣ ଗୌଡ଼ ନିଜ ଅଞ୍ଚଳରେ ପୁଣି ଥରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି।ବେଗୁନିଆପଡ଼ା ବ୍ଳକ ମର୍ଦ୍ଦମେଖ ଅଞ୍ଚଳର ଲକ୍ଷ୍ମଣକଂ ତତ୍ୱାବଧାନରେ ମର୍ଦ୍ଦମେଖ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।