ଭଟଲି: ଭଟଲି ବ୍ଳକ ର ବିଭିନ୍ନ ବିଦ୍ୟାଳୟ ରେ ପାଳିତ ହେଲା ବିଶ୍ଵ ହାତଧୁଆ ଦିବସ
ଭଟଲି ବ୍ଳକ ର ବିଭିନ୍ନ ବିଦ୍ୟାଳୟ ରେ ପାଳିତ ହେଲା ବିଶ୍ଵ ହାତଧୁଆ ଦିବସଆଜି ଅପରାହ୍ନ ୩ଟାରେ ଭଟଲି ବ୍ଳକ ନୂଆଗଡ ହାଇସ୍କୁଲରେ ବିଶ୍ବ ହାତଧୂଆ ଦିବସ ଶିକ୍ଷକ ଗଜାନନ ବେହେରା ଙ୍କ ଅଧ୍ୟକ୍ଷତା ରେ ଓ ଶିକ୍ଷକ ଆନନ୍ଦ ସାହୁ ଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା। ପ୍ରକୃତି ବନ୍ଧୁ ଦୟାନିଧି ପ୍ରଧାନ ମୂଖ୍ୟଅତିଥି ଭାବରେ ଯୋଗଦାନ କରି ବିଶ୍ବ ହାତଧୁଆ ଦିବସ ପାଳନ ର ପୃଷ୍ଠଭୂମି, ସ୍ବଚ୍ଛତା ଓ ସୁସ୍ଥ ଜୀବନ ଯାପନ ଉପରେ ଆଲୋକପାତ କରିଥିଲେ।ପରେ ଏକ ଆଲୋଚନା ଚକ୍ରହୋଇଥିଲାଏଥିରେଶିକ୍ଷକରାଜେଶପଟେଲ,ଆନନ୍ଦ ସାହୁ, ଶିକ୍ଷୟିତ୍ରୀ ସୁମିତ୍ରା ପଟେଲ,ଜୁଲି ସରାଫ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।