ଛତ୍ରପୁର: ବିଜିପୁର କମ୍ୟୁନିଟ ହଲ ପରିସରରେ ପୂଜ୍ୟ ପୂଜା ସମିତି ପକ୍ଷରୁ ସମାଜ ସଂସ୍କାରକ ଜ୍ୟୋତିରାଓ ଫୁଲେଙ୍କ ଜୟନ୍ତୀ ପାଳିତ !
ଆଜି ଗୁରୁବାର ଦିନ 11ଘଣ୍ଟା ସମୟରେ ସହରର ଅଗ୍ରଣୀ ସାଂସ୍କୃତିକ ସଂଗଠନ ପୂଜ୍ୟ ପୂଜା ସମିତି ପକ୍ଷରୁ ମହାନ ସମାଜ ସଂସ୍କାରକ, ଜାତି ନିର୍ମୁଳ ସମାଜର ସଂସ୍ଥାପକ,ଅନ୍ଧ ବିଶ୍ୱାସ କୁସଂସ୍କାର ବିରୋଧୀ ଆନ୍ଦୋଳନର ପ୍ରବକ୍ତା,ବାଳିକା ଓ ମହିଳାଙ୍କୁ ଶିକ୍ଷା ଅଧିକାର ପାଇଁ ଲଢେଇ କରିଥିବା ମହାତ୍ମା ଜ୍ୟୋତି ରାଓ ଫୁଲେଙ୍କ ଆଜି ୧୯୮ତମ ଜୟନ୍ତି ପାଳନ ହୋଇଯାଇଛି l ଏଥି ଅବସରରେ ତାଙ୍କ ପ୍ରତି ବୈପ୍ଲବିକ ଶ୍ରଦ୍ଧାଞ୍ଜଳି ଜଣାଇବାସହ ସ୍ଥାନୀୟ ବିଜିପୁର କମ୍ୟୁନିଟି ହଲ ଠାରେ ଆଜି ସମ୍ପାଦକ ଏସ. ସାମ୍ବାଶିବା ରାଓଙ୍କ ଅଧ୍ୟକ୍ଷତାରେ ସଭା ଅନୁଷ୍ଠିତ ହୋଇଥିଲା !