ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଆଜି ସାଇବର ଅପରାଧକୁ ରୋକିବା ଓ ସାଇବର ସୁରକ୍ଷା ସଚେତନତା ବଢ଼ାଇବା ଉଦ୍ଦେଶ୍ୟରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆଭାସୀ ମାଧ୍ୟମରେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ଜିଲ୍ଲାପାଳ OSWAN ପ୍ଲାଟଫର୍ମ ମାଧ୍ୟମରେ ଯୋଗଦେଇ ସାଇବର ସୁରକ୍ଷା ବିଷୟରେ ସଚେତନ ରହିବା ଓ ଜନସାଧାରଣଙ୍କ ମଧ୍ୟରେ ସାଇବର ଜାଗୃତି ବଢ଼ାଇବାକୁ ଆହ୍ୱାନ କରିଥିଲେ। ସରକାର ତରଫରୁ ସାଇବର ଅପରାଧ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ ହୋଇଥିବା ବିଷୟରେ ଏଥିରେ ଆଲୋଚନା ହୋଇଥିଲା।