ବଲାଙ୍ଗିରର ଝିଅମାନେ ରାଜ୍ୟକୁ ଗୌରବ ଦେଇଛନ୍ତି। ଯାଜପୁରସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ଅସ୍ମିତା ଖେଳୋ ଇଣ୍ଡିଆ କିକ୍ ବକ୍ସିଂ ୨୦୨୫–୨୬ ପ୍ରତିଯୋଗିତାରେ ବଲାଙ୍ଗିର ଜିଲ୍ଲାର ଖେଳାଳିମାନେ ଚମତ୍କାର ସଫଳତା ହାସଲ କରିଛନ୍ତି। ସବ୍–ଜୁନିୟର ବର୍ଗରେ ଅଭିପ୍ସା ହୋତା ଦୁଇଟି ସ୍ଵର୍ଣ୍ଣ, ପ୍ରିୟଂସି ମିଶ୍ର ଗୋଟିଏ ସ୍ଵର୍ଣ୍ଣ ଓ ଗୋଟିଏ କାଂସ୍ୟ, ହେମଲତା ଭୋଇ ଗୋଟିଏ ସ୍ଵର୍ଣ୍ଣ ଏବଂ ଶୀତଳ ସାହୁ ଗୋଟିଏ ରୌପ୍ୟ ପଦକ ଜିତିଛନ୍ତି। ଜୁନିୟର ବର୍ଗରେ କିରନ ସେଠ ଗୋଟିଏ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି। ଏହି ସଫଳତା ପାଇଁ ବଲାଙ୍ଗିର ଏସ୍ପି ଖେଳାଳିମାନଙ୍କୁ ସମ୍ବର୍ଦ୍ଧନା