ବାରିପଦା ମ୍ୟୁନିସିପାଲଟି: ଟିଟିଆ ଆଦର୍ଶ ବିଦ୍ୟାଳୟରୁ ରାତି ୨.୩୦ଟାରେ ଲୁଟ୍ ଉଦ୍ୟମ; ସିସିଟିଭି ରେ ଭିଡିଓ କଏଦ
ଖୁଣ୍ଟା ଥାନା ଅଧୀନ ଟିଟିଆ ଗ୍ରାମରେ ଥିବା ଟିଟିଆ ଆଦର୍ଶ ବିଦ୍ୟାଳୟରୁ ଗତ ବିଳମ୍ୱିତ ରାତ୍ରୀ ପ୍ରାୟ ୨.୩୦ ଟାରେ ୨ କର୍ମଚ଼ାରିଙ୍କୁ ଭୁଜାଲି ଦେଖାଇ ଭୟଭିତ କରିବା ସହ ଗୋଡ଼ ହାତ ଓ ମୁହଁ ବାନ୍ଧି ଲୁଟ କରିବା ପାଇଁ ଉଦ୍ୟମ ହୋଇଛି । ତେବେ ଧରାପଡ଼ିଯିବା ଭୟରେ ଲୁଟେରୋ ମାନେ ଲୁଟ କରିବାରେ ବିଫଳ ହୋଇଥିବା ଜଣାଯାଇଛି।