ବଲାଙ୍ଗିର: ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ, ବଲାଙ୍ଗିରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକର ମୂଖ୍ୟ ଆଲୋଚନା ବିଷୟ ଥିଲା ଆଦିବାସୀ ବହୁଳ ଗ୍ରାମଗୁଡିକରେ ଗ୍ରାମ୍ୟ କାର୍ୟ୍ୟ ଯୋଜନାକୁ ଅନୁମୋଦନ କରିବା ଏବଂ 'ଆଦି କର୍ମଯୋଗୀ ଅଭିଯାନ' ଅଧିନରେ ଶାସନକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ଯୋଜନା ପ୍ରସ୍ତୁତ କରିବା। ବୈଠକରେ ଜିଲ୍ଲା ଅଧିକାରୀ ଏବଂ ଗ୍ରାମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।