ଝାରସୁଗୁଡା ଜିଲ୍ଲା ଭାରତୀୟ ଜନତା ପାର୍ଟି ରାଜପୁର ମଣ୍ଡଳ ପକ୍ଷରୁ ଆତ୍ମ ନିର୍ଭର ଭାରତ ଅନ୍ତର୍ଗତ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମ କୁ ନେଇ ଆଜି ସନ୍ଧ୍ୟା ଛଅଟା ସମୟରେ ଏକ ପ୍ରସ୍ତୁତି ବୌଠକ ଅନୁଷ୍ଠିତ ହୋଇଯାଇଛି। ବିଜେପି ରାଜପୁର ମଣ୍ଡଳ ସଭାପତିଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ମଣ୍ଡଳର ଅନେକ କାର୍ଯ୍ୟକର୍ତା ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରିବା ନେଇ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ମଣ୍ଡଳର ସମସ୍ତ କାର୍ଯ୍ୟକର୍ତା, ପଦାଧିକାରୀ ଓ ଦେଶ ଭକ୍ତ ଉପସ୍ଥିତ ରହିବା ନେଇ ଅନୁରୋଧ କରାଯାଇଥିଲା।