ଜୁନାଗଡ: ସାନଚେରଗାଁ ଠାରେ ମା ବସ୍ତରେଣିଙ୍କ ଛତର ଯାତ୍ରା ଧୁମ ଧାମ ରେ ପାଳିତ
ଆଜି 30ତାରିଖ ମଙ୍ଗଳବାର ଅପରାହ୍ନ 5ଟାରେ ସାନଚେରଗାଁ ଗ୍ରାମରେ ବହୁ ଆଡମ୍ବର ସହିତ ମା ବସ୍ତରେଣିଙ୍କ ଛତର ଯାତ୍ରା ପାଳିତ ଅନୁଷ୍ଠିତ ହୋଇଯାଇଛି । ଏହି ଯାତ୍ରାରେ ପ୍ରବଳ ଭକ୍ତ ଙ୍କ ଭିଡ଼ ଦେଖିବାକୁ ମିଳିଛି l ମା ବସ୍ତରେଣିଙ୍କ ଛତର ଦିନ ୧ ଘଟିକାରୁ ବାହାରି ଗ୍ରାମର ସମସ୍ତଙ୍କ ଘର ଘର ବୁଲି ପୂଜା ପାଇଥିଲେ । ପୂର୍ବପୁରୁଷମାନଙ୍କ କହିବା ଅନୁଯାଇ ଦେବୀଙ୍କୁ ବନ୍ଦାପଣା କରି ନିଜ ନିଜର ଦୁଃଖ ଜଣାଇଲେ ସମସ୍ତ ଭକ୍ତ ବୃଦ୍ଧଙ୍କ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ହଜାର ହଜାର ସଂଖ୍ୟାରେ ଭକ୍ତମାନେ ରୁଣ୍ଡ ହୋଇ ମାଙ୍କୁ ମୁଣ୍ଡିଆ ମାରିଛନ୍ତି