ବାମରା ବ୍ଲକ ଅନ୍ତର୍ଗତ ଉଚ୍ଚକାଟ ଗ୍ରାମ ରେ ଏକ ହାର୍ବେଷ୍ଟର ମେସିନ ଧାନ କାଟୁଥିବା ବେଳେ କୈଳାଶ ରୋହିଦାସ ନାମକ ଜଣେ ଯୁବକ ହାର୍ବେଷ୍ଟାର ଉପରେ ଚଢ଼ି କିଛି କାମ କରୁଥିଲେ। ମାତ୍ର ସେ ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଥିଲେ। ଫଳରେ ତାଙ୍କ ଅଣ୍ଟା ରେ ଗଭୀର ଆଘାତ ଲାଗି ସେ ଆହତ ହୋଇଥିବା ବେଳେ ତାଙ୍କୁ ଉଦ୍ଧାର କରି ଗୋବିନ୍ଦପୁର ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବୁଧବାର ସନ୍ଧ୍ୟା ପ୍ରାୟ ୬ ଟାରେ ସୁନ୍ଦରଗଡ଼ ମେଡ଼ିକାଲ କଲେଜ କୁ ସ୍ଥାନାନ୍ତରିତ କରାଯାଇଛି।