ଝାରପୋଖରିଆ: ଝାରପୋଖରିଆ ଠାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପଥ ସଞ୍ଚଳନ ଉତ୍ସବ ଅନୁଷ୍ଠିତ; ସାରସକଣା ବିଧାୟକଙ୍କ ଯୋଗଦାନ
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ର ଶତାବ୍ଦୀ ବର୍ଷ ପୂର୍ତ୍ତି ଅବସରରେ ସାରସକଣା ଖଣ୍ଡ ଦ୍ଵାରା ଝାରପୋଖରିଆ ଠାରେ ରବିବାର ଅପରାହ୍ନ ପ୍ରାୟ ୪ଟାରେ ଆୟୋଜିତ ହୋଇଥିଲା ଏକ ବିଶାଳ ଓ ଭବ୍ୟ ପଥ ସଞ୍ଚଳନ ଉତ୍ସବ। ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶତାଧିକ ସ୍ୱୟଂସେବକ ଏକତା, ଶିଷ୍ଟାଚାର ଓ ଦେଶଭକ୍ତିର ଏକ ଅଦ୍ଭୁତ ପ୍ରତିଚ୍ଛବି ପ୍ରଦର୍ଶନ କରିଥିଲେ।