କୁଳିଅଣା ଥାନା ଅନ୍ତର୍ଗତ ୧୮ ନମ୍ବର ଜାତୀୟ ରାଜପଥ କୁଚେଇ ଛକ ନିକଟରେ ଦୁର୍ଘଟଣାରେ ଜଣେ ମୃତ। ସୂଚନା ମୁତାବକ ଶନିବାର ସଂଧ୍ୟା ପ୍ରାୟ ୬ ଟା ସମୟରେ ଏକ ମଟର ସାଇକେଲ କୁଳିଅଣା ରୁ ବାରିପଦା ପଟକୁ ଯାଉଥିବା ସମୟରେ ଏକ ଅଜଣା ଗାଡି ପଛପଟୁ ଧକ୍କା ଦେଇଥିଲା। ଫଳରେ ମଟର ସାଇକେଲ ରେ ଥିବା ଦୁଇଜଣ ମଧ୍ୟରୁ ପଛରେ ବସିଥିବା ଆରୋହୀ ଡାହାଣ ପଟକୁ ଛିଟିକି ପଡିଥିଲେ ଏବଂ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।