ବାରିପଦା ଷ୍ଟେସନ ବଜାର ସ୍ଥିତ ଏକ ଘୋରଇ କମ୍ପାନୀରେ ଶ୍ରମିକ ଅଶାନ୍ତି। ସମସ୍ତ ଶ୍ରମିକଙ୍କୁ ଛଟେଇ ନିର୍ଦ୍ଦେଶ ଦେବା ପରେ ଶୁକ୍ରବାର ଅପରାହ୍ନ ପ୍ରାୟ ୨ ଟାରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଘେରିଲେ ଶ୍ରମିକ ମାନେ। ଦୀର୍ଘ ୨୦ ରୁ ଉର୍ଦ୍ଧ ବର୍ଷ ଧରି ଏହି କମ୍ପାନୀରେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କୁ ଅଚାନକ ଛଟେଇକୁ ବିରୋଧ କରିଛନ୍ତି ଶ୍ରମିକ ମାନେ। ବାରିପଦା ବିଧାୟକ ପ୍ରକାଶ ସୋରେନ ଘଟଣା ସ୍ଥଳରେ ପହଁଚି ଶ୍ରମିକ ମାନଙ୍କ ସହ ଆଲୋଚନା କରିଛନ୍ତି।