ବାଲେଶ୍ବର ମ୍ୟୁନିସିପାଲଟି: ୬୦ ନମ୍ବର ଜାତୀୟ ରାଜପଥ ବସ୍ତା ଠାରେ କାର ଧକ୍କାରେ ଗୁରୁତର ଅଜଣା ବ୍ୟକ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ
ଆଜି ସନ୍ଧ୍ୟା ୭ ଟାରେ ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥ ଠାରେ ଏକ କାର ଧକ୍କାରେ ଗୁରୁତର ବ୍ୟକ୍ତିଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ହୋଇଛି।ମୃତ ବ୍ୟକ୍ତିଙ୍କର ପରିଚୟ ମିଳି ନଥିବା ବେଳେ ସଂଧ୍ୟା ସମୟରେ ୬୦ ନମ୍ବର ଜାତୀୟ ରାଜପଥରେ ଏକ ଅଜଣା କାର ଧକ୍କା ଦେଇ ଫେରାର ହୋଇଯାଇଥିଲା।ସ୍ଥାନୀୟ ଲୋକେ ପୋଲିସ କୁ ଖବର ଦେବା ପରେ ବସ୍ତା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ବ୍ୟକ୍ତିଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ।ଚିକିତ୍ସାଳୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।