ଲାଞ୍ଜିଗଡ: ଥୁଆମୁଳ ରାମପୁର ସମିତି ସଭାଗୃହ ଠାରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ ଅବସରରେ ସଚେତନତା ଶିବିର ଆୟୋଜିତ
ବୁଧବାର ଡିସେମ୍ବର ୩ ତାରିଖ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ। ଏ ଅବସରରେ ଥୁଆମୁଳ ରାମପୁର ସମିତି ସଭାଗୃହ ଠାରେ ଏକ ସଚେତନତା ଶିବିର ଆୟୋଜିତ ହୋଇଥିଲା। ଏଥିରେ ଥୁଆମୁଳ ରାମପୁର ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ତଥା JMFC ମାଜିଷ୍ଟ୍ରେଟ ଡକ୍ଟର ତାରିଣୀ ପ୍ରସାଦ ସାହୁ ଯୋଗ ଦେଇ ଭିନ୍ନକ୍ଷମଙ୍କ ପାଇଁ ଥିବା ଆଇନ ଗତ ସହାୟତା, ସରକାରୀ ଯୋଜନା ସମ୍ବନ୍ଧରେ ବୁଝାଇଥିଲେ।