କୋରାପୁଟ ସହର...ଆଜି ସକାଳ ସାତଟା ତିରିଶି ମିନିଟ ସମୟରେ ଘନ କୁହୁଡ଼ି ରେ ଆଚାଦିତ୍ କୋରାପୁଟ। ଘନ କୁହୁଡ଼ି ସାଙ୍ଗକୁ ଜାଡ ଓ ପ୍ରବଳ ଶୀତ କରୁଛି ଥର ହର। କୋରାପୁଟ ର ବିଭିନ୍ନ ଅଂଚଳ ରେ ରାତିର ତାପମାତ୍ରା ପାଞ୍ଚ ଡିଗ୍ରୀ ରହୁଚି। ଦାମନଯୋଡି ରେ ରାତିର ତାପମାତ୍ରା 4.9 ଡିଗ୍ରୀ ରହିଥିବା ବେଳେ କୋରାପୁଟ ରେ ସାତ ଡ଼ିଗ୍ରୀ ରହିଚି। ସେଇପରି ଲମତାପୁଟ ରେ ରାତିର ତାପମାତ୍ରା 4.2 ଡିଗ୍ରୀ ରହିଥିବା ବେଳେ ନନ୍ଦପୁର ରେ ପାଞ୍ଚ ଡ଼ିଗ୍ରୀ ରହିଚି। ଆଗକୁ ଭି ଏଭଳି ଥଣ୍ଡା ଓ କୁହୁଡି ଜାରି ରହିବ ବୋଲି ପାଣିପାଗ ବିଭାଗ ରୁ ସୂଚନା ମିଳିଛି।