ବିହାରରେ ଏନଡିଏକୁ ବଡ ବିଜୟ ଭେଟି ଦେବା ପରେ ଆଜି 2 ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତଥା ବିହାର ନିର୍ବାଚନ ପ୍ରଭାରୀ। ଆଜି ମଧ୍ୟାହ୍ନ 12 ଟା ରେ ଭୁବନେଶ୍ଵର ପହଞ୍ଚିବା ପରେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା କେନ୍ଦ୍ରମନ୍ତ୍ରୀଙ୍କୁ ସ୍ଵାଗତ କରିଥିଲେ। ଏହା ସହ ଦଳ ପକ୍ଷରୁ ମଧ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।