ବଲାଙ୍ଗୀର ଜିଲ୍ଲାର ଲାଦେରବାହାଲ ଗ୍ରାମର ଜଣେ ବ୍ୟକ୍ତି ଙ୍କ ଘର ଭିତରୁ ନାଗ ସାପ ଉଦ୍ଧାର ହୋଇଛି ଘର ଭିତରେ ହଠାତ୍ ସାପ ଦେଖାଯାଇଥିବାରୁ ପରିବାର ରେ ଭୟ ଓ ଅସନ୍ତୋଷ ସୃଷ୍ଟି ହୋଇଥିଲା । ସୂଚନା ପାଇ ପହଞ୍ଚିଥିଲେ ଉଦ୍ଧାରକାରୀ ଦଳର ସଦସ୍ୟ ସୁନୋଜ ତ୍ରିପାଠୀ, ଯିଏ ସାପଟିକୁ ସମ୍ପୂର୍ଣ୍ଣ ସୁରକ୍ଷା ମାନଦଣ୍ଡ ମାନି ସାବଧାନତା ସହିତ ଧରି ଉଦ୍ଧାର କରିଛନ୍ତି । ପରେ ସାପଟିକୁ ଜଙ୍ଗଲ ଅଞ୍ଚଳରେ ସୁରକ୍ଷିତ ଭାବରେ ଛାଡି ଦିଆଯାଇଛି ବୋଲି ଆଜି ରାତି ୮ଟା ସମୟ ରେ ସୂଚନା ଦେଇ ଛନ୍ତି