ଖଲ୍ଲିକୋଟ୍: ନବରାତ୍ରୀ ପୂଜାର ଚତୁର୍ଥ ଦିନରେ କୁଷ୍ମାଣ୍ଡା ବେଶ ରେ ଦର୍ଶନ ଦେଲେ ମା' ନାରାୟଣୀ, ଶତାଧିକ ଭକ୍ତଙ୍କ ସମାଗମ
ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲା ସୀମାନ୍ତରେ ଥିବା ଖଲ୍ଲିକୋଟ ର ପ୍ରସିଦ୍ଧ ଶକ୍ତିପୀଠ ମା' ନାରାୟଣୀଙ୍କ ମନ୍ଦିର ରେ ଶାରଦୀୟ ଦୁର୍ଗା ପୂଜା ଅବସରରେ ଆରମ୍ଭ ହୋଇଥିବା ନବଦିନାତ୍ମକ ପୂଜା ର ଚତୁର୍ଥ ଦିନ ରେ କୁଷ୍ମାଣ୍ଡା ବେଶ ରେ ଭକ୍ତ ଙ୍କୁ ଦର୍ଶନ ଦେଇଛନ୍ତି ମା' ନାରାୟଣୀ । ଗୁରୁବାର ରାତି ୧୧ ଟା ମାଆ ଙ୍କ ଦିବ୍ୟ ଆଳତି ସହ ମାଆ ନାରାୟଣଙ୍କ କୁଷ୍ମାଣ୍ଡା ବେଶ ଦର୍ଶନ ପାଇଁ ଶତାଧିକ ଭକ୍ତ ଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି ।