ଖଲ୍ଲିକୋଟ୍: ପୁରୁଷୋତ୍ତମପୁର ଆର୍ ଜେ ଫିଟନେସ ପରିସରରେ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ
ପୁରୁଷୋତ୍ତମପୁର ଆର୍ ଜେ ଫିଟନେସ ପରିସରରେ ଆଜି ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଆଜି ସନ୍ଧ୍ୟା ସାଢ଼େ ୫ ଟା ସମୟରେ ବରିଷ୍ଠ ବିଜେପି ନେତା ସୀତାରାମ ପାଣିଗ୍ରାହୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜେପି ଘୁମୁସର ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ କୁମାର ପଣ୍ଡା ଯୋଗଦେଇ ଦୀପ ପ୍ରଜ୍ଜ୍ୱଳନ କରି ଶିବିର ର ଉଦଘାଟନ କରିଥିଲେ । ଏହି ଶିବିର ରେ ସ୍ଵେଚ୍ଛାକୃତ ଭାବେ ସମାଜସେବୀ ଓ ଯୁବଗୋଷ୍ଠୀ ମାନେ ନିଜନିଜର ରକ୍ତ ଦାନ କରିଥିଲେ । ଏହି ଶିବିର ରୁ ପ୍ରାୟ ୫୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିବା ଜଣା ପଡ଼ିଛି ।