ଆଠଗଡ: ବୃଦ୍ଧ ଦମ୍ପତିଙ୍କ ଭତ୍ତା ଟଙ୍କା ହଡ଼ପ ହୋଇଥିବା ନେଇ ଅଭିଯୋଗ କଲେ ମହାକାଳବସ୍ତ ପଞ୍ଚାୟତର ରମ୍ଭା ଦାସ
ଆଠଗଡ଼ ବ୍ଲକ ମହାକାଳବସ୍ତ ଗ୍ରାମ ପଞ୍ଚାୟତର ଦହିସରା ଗ୍ରାମରେ ଭତ୍ତା ଟଙ୍କା ହଡ଼ପ ହୋଇଥିବା ନେଇ ଅଭିଯୋଗ ହୋଇଛି। ବର୍ଦ୍ଧିତ ଭତ୍ତା ଟଙ୍କାକୁ ଗ୍ରାମର ଏକ ଦମ୍ପତି ନଥିବା ଜାଣି ବ୍ଲକ ଉପାଧ୍ୟକ୍ଷ ହଡ଼ପ କରିଥିବା ଅଭିଯୋଗ ଆଣିଛନ୍ତି ଦହିସରା ଗ୍ରାମର ବୃଦ୍ଧା ଦମ୍ପତି। ଗ୍ରାମର ରବିନ୍ଦ୍ର ଦାସ ଓ ତାଙ୍କ ସ୍ତ୍ରୀ ରମ୍ଭା ଦାସ ନିଜ ପୁଅ ପାଖରେ ରାଉରକେଲାରେ ରହୁଥିବା ବେଳେ ଏହାର ଫାଇଦା ନେଇ ବ୍ଲକ ଉପାଧ୍ୟକ୍ଷ ସେମାନଙ୍କ ଟଙ୍କାକୁ ନେଇଯାଇଥିବା ଅଭିଯୋଗ କରିଛନ୍ତି ରମ୍ଭା ଦାସ।