କେନ୍ଦୁଝର ସହର: ପଢ଼ିଆରିପଲ୍ଲୀ ଠାରେ ବିଜେପିର ସାଙ୍ଗଠନିକ କାର୍ଯ୍ୟକ୍ରମରେ ଯୋଗଦେଲେ ୫୦ରୁ ଉର୍ଦ୍ଧ୍ବ ନବାଗତ
କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ପଢ଼ିଆରିପଲ୍ଲୀ ଠାରେ ଆନନ୍ଦପୁର ବିଜେପି ନେତା ଆଲୋକ ସେଠୀଙ୍କ ନେତୃତ୍ୱରେ ଆଜି ଅପରାହ୍ନ ପ୍ରାୟ ୨ଟା ବାଜି ୩୦ମିନିଟ ସମୟରେ ଆୟୋଜିତ ସାଙ୍ଗଠନିକ କାର୍ଯ୍ୟକ୍ରମଟି ପଞ୍ଚାୟତର ପ୍ରମୂଖ ରାଜେନ୍ଦ୍ର ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା ବେଳେ ଏଥିରେ ୫୦ରୁ ଉର୍ଦ୍ଧ୍ବ ନବାଗତ ବିଜେପିରେ ଯୋଗଦେଇଛନ୍ତି । ସମସ୍ତଙ୍କୁ ଦଳୀୟ ଟୋପି ଓ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରାଯାଇଥିଲା ବେଳେ, ଆସନ୍ତା ନିର୍ବାଚନରେ ଦଳକୁ ତୃଣମୂଳ ସ୍ତରରୁ କିପରି ମଜବୁତ୍ କରାଯିବ ସେନେଇ ନବଗତଙ୍କୁ ବିଜେପି ନେତା ଆଲୋକ ସେଠୀ ଗୁରୁମନ୍ତ୍ର ଦେଇଥିଲେ ।