ସୁକିନ୍ଦା ରେଞ୍ଜ୍ ରାଁସୋଳ ସେକ୍ସନ ପକ୍ଷରୁ ନଗଡ଼ା ପାହାଡ଼ରେ ଚଢ଼ଉ କରାଯାଇ ୪ ଜଣ ଶିକାରୀଙ୍କୁ ଗିରଫ କରାଯାଇ ସେମାନଙ୍କୁ ଶୁକ୍ରବାର ଅପରାହ୍ନ 4 ଘଟିକା ସମୟରେ କୋର୍ଟ ଚାଲାଣ କରାଯାଇ ଦେଖିବାକୁ ମିଳିଛି । ଅଭିଯୁକ୍ତମାନେ ହେଲେ କାଳିଆପାଣି ଥାନା ଅନ୍ତର୍ଗତ ମାଙ୍କିଡ଼ିଆ ବସ୍ତିର ମୁଣ୍ଡୁ ମାଙ୍କିଡ଼ିଆ, ହେମନ୍ତ ଓରଫ୍ ଅଜୟ ମାଙ୍କିଡ଼ିଆ , ରାମଦାସ ମାଙ୍କିଡ଼ିଆ ଓ ଡୁମାଲ ମାଙ୍କିଡ଼ିଆ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ସେମାନଙ୍କ ଠାରୁ ମାଙ୍କଡ଼ ମାଂସ, ଛାଲ ଓ ୪ଟି ଫାଶ ଜାଲ, ଛୁରି ଇତ୍ୟାଦି ସହ ୩ଟି ବାଇକ୍ ଜବତ କରାଯାଇଥିବା ବନପାଳ ରାମ ତିରିଆଙ୍କ ପକ୍ଷରୁ ସୂଚନା ମିଳିଛି।