ଜଳେଶ୍ବର: ଲଷ୍ମଣନାଥ ଟୋଲଗେଟ ଠାରେ ଭାଗଚାଷୀ ଆଇନ ପ୍ରଣୟନ କରିବା-ସାର୍,ବିହନ, ଔଷଧ ସୁଲଭ ମୂଲ୍ୟରେ ଚାଷୀଙ୍କୁ ଯୋଗାଇବାକୁ କୃଷକ ସଭା ସମ୍ମିଳନୀରେ ଦାବୀ
ଭାଗଚାଷୀ ଆଇନ ପ୍ରଣୟନ କରିବା-ସାର୍,ବିହନ, ଔଷଧ ସୁଲଭ ମୂଲ୍ୟରେ ଚାଷୀଙ୍କୁ ଯୋଗାଇବାକୁ କୃଷକ ସଭା ସମ୍ମିଳନୀରେ ଦାବୀ l ଆଜି ଅଖିଳ ଭାରତ କୃଷକ ସଭାର ୧୯ତମ ବ୍ଲକ ସମ୍ମିଳନୀ ଲକ୍ଷ୍ମଣନାଥ ଟୋଲ ଗେଟ୍ ଠାରେ ଅନୁଷ୍ଠିତ ହୋଇଯାଇଅଛି। ସମ୍ମିଳନୀର ପ୍ରାରମ୍ଭରେ କୃଷକ ସଭାର ଲାଲ୍ ପତାକା ଉତ୍ତୋଳନ ପରେ ଶହୀଦ ବେଦିରେ ପୁଷ୍ପମାଲ୍ୟ ଦେଇ ଉପସ୍ଥିତ ସମସ୍ତ କୃଷକ ପ୍ରତିନିଧି ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲାପରେ ସଭାପତି ରବିନ୍ଦ୍ର କୁମାର ବାରିକଙ୍କ ସଭାପତିତ୍ବରେ ସମ୍ମିଳନୀର ପ୍ରତିନିଧି ଅଧିବେଶନ ଆରମ୍ଭ ହୋଇଥିଲା।