ହ୍ୟୁମାନ ସାଗରଙ୍କ ଜନ୍ମଦିନରେ କେଣ୍ଡଲ ରାଲି, ସ୍ମୃତିର ଭିଜା ମହୁର୍ତ୍ ଏପଟେ ଦୋଷୀକୁ ଗିରଫ ଦାବି ଆଜି ସୁର ଜଗତର ବାଦଶାହା, କୋଟି କୋଟି ଲୋଡଙ୍କ ହୃଦୟର ସମ୍ରାଟ ହ୍ୟୁମାନ ସାଗରଙ୍କ ଜନ୍ମଦିନ। କିନ୍ତୁ ବଲାଙ୍ଗିରର ପରିବେଶ ଆଜି ଖୁସିରୁ ଅଧିକ, ସ୍ମୃତିର ଯନ୍ତ୍ରଣା ଓ ଭାବନାରେ ଭରି ଯାଇଥିଲା। ତାଙ୍କ ସ୍ମୃତିକୁ ଅନୁସ୍ମରଣ କରି ଖ୍ରୀଷ୍ଟିଆନ ୟୁଥ୍ ଫୋରମ୍ ପକ୍ଷରୁ କଲେଜ୍ ଛକଠାରୁ ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ନିରବ କେଣ୍ଡଲ ଶୋଭାଯାତ୍ରା ବାହାରିଥିଲା। ରାତି ଆବରଣ ମଧ୍ୟରେ ଜଳିଥିବା ଏହି କେଣ୍ଡଲ, ହ୍ୟୁମାନ ସାଗରଙ୍କ ସ୍ୱର ଓ ସ୍ମୃତିକୁ ମନେ ପକା ଯାଇ ଥିଲା।