ବଲାଙ୍ଗିର କୌସଲକଳା ମଣ୍ଡପରେ ଆୟୋଜିତ ଆସନ୍ତା ‘ଲୋକ ଉତ୍ସବ–୨୦୨୬’ ପାଇଁ ପ୍ରସ୍ତୁତି ଜୋରଦାର। ଆସନ୍ତା ଜାନୁଆରୀ ୧୯ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଲୋକ ଉତ୍ସବରେ ରାଜ୍ୟର ଲୋକକଳା, ଲୋକସଂସ୍କୃତି ଓ ପାରମ୍ପରିକ ଐତିହ୍ୟର ଅନୁପମ ଦୃଶ୍ୟ ଦେଖିବାକୁ ମିଳିବ। ଏହି ଅବସରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଉତ୍ସବରେ ଯୋଗଦେବା ପାଇଁ ଆଧିକାରିକ ନିମନ୍ତ୍ରଣ ପ୍ରଦାନ କରାଯାଇଛି।