ଭୀମଭୋଇ ଛକରେ ଟ୍ରକ ଧକ୍କାରେ ଗୁରୁତର ସାଇକେଲ ଆରୋହୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲା ମେଡିକାଲରେ ମୃତ୍ୟୁ ସମ୍ବଲପୁର-କଟକ ୫୫ନଂ ଜାତୀୟ ରାଜପଥର ରେଢାଖୋଲ ଭୀମଭୋଇ ଛକରେ ଗୁରୁବାର ସକାଳେ ଟ୍ରକ ଧକ୍କାରେ ସାଇକେଲ ଆରୋହୀଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ଡ଼ାକ୍ତରଖାନାରେ ଭର୍ତି ହୋଇଥିଲେ । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଅପରାହ୍ନ ୩ ଟା ସମୟରେ ତାଙ୍କର ମୃତ୍ୟୁ ହୋଇଛି । ଗୁରୁତର ସାଇକେଲ ଆରୋହୀ ଜଣକ ରେଢାଖୋଲ ର ଡିମିରିକୁଦା ଗାଁର ସୁବାଷ ଖିଲାରୀ ବୋଲି ଜଣାପଡିଛି , ଟ୍ରକ ଚାପିଦେବାରୁ ତାଙ୍କ ଦୁଇଟି ଗୋଡ ସଂମ୍ପୁର୍ଣ୍ଣ ଭାବେ କଟି ଯାଇଥିବା ବେଳେ ସେ ଜଣେ କ୍ଷୀର