ବ୍ରହ୍ମପୁୁର ମ୍ୟୁନିସିପାଲଟି କର୍ପୋରେସନ: କମାପଲ୍ଲୀ ସ୍ଥିତ ଗଞ୍ଜାମ ଓକିଲ ସଂଘରେ ଭୋଟରେ ପୁନଃ ଗଣତି ନେଇ ଏକ ବୈଠକ ଅନୁଷ୍ଠିତ
ଆଜି ଅପରାହ୍ନରେ କମାପଲ୍ଲୀ ସ୍ଥିତ ଗଞ୍ଜାମ ଜିଲ୍ଲା ଓକିଲ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଗତକାଲି ସଂଘର ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିଲା ବେଳେ ଏଥିରେ ସମ୍ପାଦକ ପ୍ରାର୍ଥୀ ଟି ଭେଙ୍କଟ ୩୦ ଖଣ୍ଡ ଭୋଟରେ ବିରଞ୍ଚି ମହାପାତ୍ରଙ୍କ ଠାରୁ ପରାଜୟ ବରଣ କରିଥିଲେ। ତେବେ ଏନେଇ ନିର୍ବାଚନ ଅଧିକାରୀଙ୍କ ସମେତ ଓକିଲ ସଂଘର ବହୁ ସଦସ୍ୟ ବୈଠକରେ ଉପସ୍ଥିତ ରହିଥିଲେ।