ବାରିପଦା ମ୍ୟୁନିସିପାଲଟି: ଦିନିକିଆ ମୟୂରଭଞ୍ଜ ଗସ୍ତରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ; ବିଜେପି ପକ୍ଷରୁ ପାଲବଣୀ ଠାରେ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ
ସୋମବାର ଦିନ ଦିନିକିଆ ମୟୂରଭଞ୍ଜ ଗସ୍ତରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ଆଜି ଦିନ ପ୍ରାୟ ୧୦ଟାରେ ବାରିପଦା ସହରର ପାଲବଣୀ ଠାରେ ପହଞ୍ଚିବା ପରେ ମୟୂରଭଞ୍ଜ ସାଂସଦ ନବ ଚରଣ ମାଝି, ବାରିପଦା ବିଧାୟକ ପ୍ରକାଶ ସୋରେନ, ବିଜେପି ଜିଲ୍ଲା ସଭାପତି ନିହାର ମୋଦୀ ଓ ଅନ୍ୟାନ୍ୟ ବିଜେପିର ବରିଷ୍ଠ ନେତା ଓ କର୍ମୀ ମାନେ ତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଏହାପରେ ସହରରେ ଏକ ବାଇକ ରାଲି କରାଯାଇଥିବା ନେଇ ସୂଚନା ମିଳିଛି।