ଗଞ୍ଜାମ ଜିଲ୍ଲା ସୁମଣ୍ଡଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତ ନୂଆଁଗଡ ଗ୍ରାମରେ ସୋମବାର ଦିନ ସକାଳୁ ବଣୁଆ ହାତୀ ପଲ୍ଲର ଉପଦ୍ରବ ଫଳରେ ବ୍ୟାପକ ଶୁଖିଲା ଧାନ ବସ୍ତା ଏବଂ କଦଳୀ ବଗିଚା, ନଡ଼ିଆ ଗଛ, ବିଭିନ୍ନ ପ୍ରକାର ପନିପରିବା ଫସଲ ଆଦି ଫସଲ ନଷ୍ଟ କରିଛନ୍ତି । ସୂଚନା ଅନୁଯାଇ ସେହି ଗ୍ରାମର ବନିତା ବିଶ୍ଵାଳଙ୍କ ଘର କବାଟ ଭାଙ୍ଗି ବ୍ୟାପକ ପରିମାଣର ଶୁଖିଲା ଧାନ ବସ୍ତା ନଷ୍ଟ କରିଛନ୍ତି ।