ବାଲୁଗାଁ: ପକ୍ଷୀ ମାଂସ ଖାଇବା ପୂର୍ବରୁ ବନ୍ଧା ହେଲେ ୨ ଅଭିଯୁକ୍ତ।
*ପକ୍ଷୀ ମାଂସ ଖାଇବା ପୂର୍ବରୁ ବନ୍ଧା ହେଲେ ଦୁଇ ଅଭିଯୁକ୍ତ* ଶୀତ ଋତୁ ଆସିଲେ ଆସନ୍ତି ବିଦେଶାଗତ ପକ୍ଷୀ, ଯାହାକୁ ଆମେ କହିଥାଉ ବିଦେଶୀପକ୍ଷୀ ଆମ ଅତିଥି ବୋଲି । ଆମ ଅତିଥି ମାନଙ୍କୁ ଶିକାର କରି ଶିକାରୀ ନିଜ ପରିବାରକୁ ଚଳାଇ ଆସୁଥିଲେ ଚିଲିକା କୂଳ ରୁ ୧୪ଟି ବିଦେଶୀ ପକ୍ଷୀ ଜବତ କରିବା ସହ ୨ ଅଭିଯୁକ୍ତ ଗିରଫ ଟାଙ୍ଗୀ ରେଞ୍ଜର ବିରାଜ ଦାସ ଙ୍କ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲା ଗଡିଶା ଗଦାଥାନା ଦେଇପୁରୁ ଗାଁ ର ସନ୍ତୋଷ କୁମାର ପଲେଇ ଓ ଟୁଟୁ ପଲେଇ ଭୂଶଣ୍ଡ ପୁରୁ ଚିଲିକା କୂଳ ନିକଟରୁ ଏହି ଶିକାରୀଙ୍କୁ ଗିରଫ କରିବା ସଫଳ ହୋଇଛନ୍ତି ବୋଲି ରେଞ୍ଜର ବିରାଜ ଦାସ ସୂଚନା ଦେଇଛନ୍ତି।