ବାମରା ବ୍ଲକ ଅନ୍ତର୍ଗତ ଗଡ଼ପୋଷ ସ୍ଥିତ ପିଏମଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚାଲିଥିବା ଚାରି ଦିବସୀୟ ବାର୍ଷିକ କ୍ରିଡ଼ା ଗୁରୁବାର ଦିନ ଉଦଯାପିତ ହୋଇଯାଇଛି। ଏଥିରେ ବିଭିନ୍ନ ବର୍ଗର କ୍ରିଡ଼ା ଆୟୋଜିତ ହୋଇଥିବା ବେଳେ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭାନେତ୍ରୀ କୁମୋଦିନୀ ନାୟକ ଯୋଗ ଦେଇ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥି ଭାବେ ବାମରା ବ୍ଲକ ଅଧ୍ୟକ୍ଷା ପିଙ୍କି ଧୁରୁଆ, ଏବିଇଓ ହୃଦାନନ୍ଦ ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟ କୃଷ୍ଣଚନ୍ଦ୍ର ଟପ୍ପୋ, ସାମ୍ବାଦିକ ସତୀଶ ମିଶ୍ର ଓ ସରପଞ୍ଚ ପୁଷ୍ପା ତିର୍କୀ ଉପସ୍ଥିତ ରହିଥିଲେ।