ଚକ୍ରଧରପୁର ରେଳ ଡିଭିଜନରେ ହେବାକୁ ଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଯୋଗୁଁ ଜାନୁଆରୀ ମାସର ବିଭିନ୍ନ ତାରିଖରେ, ବାମରା ଦେଇ ଯାଉଥିବା ଝାରସୁଗୁଡ଼ା ହାଟିଆ ମେମୁ ଓ ଇତ୍ଵାରୀ ଟାଟା ଏକ୍ସପ୍ରେସ ଟ୍ରେନ ବାତିଲ ରହିବ। ଏନେଇ ରେଳ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସୂଚନା ମୁତାବକ ଚକ୍ରଧରପୁର ରେଳ ଡିଭିଜନ ରେ ହେବାକୁ ଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ବାମରା ଦେଇ ଯାଉଥିବା ଝାରସୁଗୁଡ଼ା ହାଟିଆ ମେମୁ ଏକ୍ସପ୍ରେସ ଟ୍ରେନ ଓ ଇତ୍ଵାରି ଟାଟା ଏକ୍ସପ୍ରେସ ଟ୍ରେନ ଏହି ଜାନୁଆରୀ ମାସର ୦୩, ୦୬, ୧୦, ୧୩, ୧୭ ଓ ୨୦ ତାରିଖ ଦିନ ଉଭୟ ଅପ୍ ଓ ଡାଉନ୍ ପଟରୁ ବାତିଲ ରହିବ।