ଗୋବିନ୍ଦପୁର: ହରିଦ୍ଵାର ଶାନ୍ତିକୁଞ୍ଜ ରୁ ବାମରା କୁ ଆସି ପହଁଚିଲା ଜ୍ୟୋତି କଳସ ରଥ, ଗାୟତ୍ରୀ ମନ୍ଦିରର ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା
ହରିଦ୍ୱାରର ଶାନ୍ତିକୁଞ୍ଜରୁ ଆରମ୍ଭ ହୋଇଥିବା ଜ୍ୟୋତି କଳଶ ରଥ ମଙ୍ଗଳବାର ଦିନ ବାମରା କୁ ଆସି ପହଞ୍ଚିଥିବା ବେଳେ ବେଳେ ଉକ୍ତ ରଥ କୁ ଅଞ୍ଚଳ ରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଦିନ ପ୍ରାୟ ୧୨ ଟା ସମୟରେ ଜ୍ୟୋତି କଳସ ବାମରା କୁ ଆସି ପହଞ୍ଚିଥିବା ବେଳେ ଗାୟତ୍ରୀ ପରିବାର ସନ୍ୟୋଜକ ସତ୍ୟଜିତ ସରାଫ ଓ ବିନୟ ପଣ୍ଡା ରଥ କୁ ସ୍ଵାଗତ ଜଣାଇ ଗାୟତ୍ରୀ ମନ୍ଦିର କୁ ଆଣିଥିଲେ। ପରେ ଉକ୍ତ ରଥ ଟାଙ୍ଗରମୁଣ୍ଡା କୁ ପହଞ୍ଚିଥିବା ବେଳେ ସେଠାରୁ ପରିକ୍ରମା କରିବା ପରେ ପୁଣି ଗୋବିନ୍ଦପୁର ଜଗନ୍ନାଥ ମନ୍ଦିର କୁ ପହଞ୍ଚିଥିଲା।