ଚକ୍ରଧରପୁର ରେଳ ଡିଭିଜନରେ ହେବାକୁ ଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଯୋଗୁଁ ନଭେମ୍ବର ମାସରେ, ବାମରା ଦେଇ ଯାଉଥିବା ୨ ଗୋଟି ମେମୁ ଟ୍ରେନ ବାତିଲ ରହିବ। ଏନେଇ ରେଳ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସୂଚନା ମୁତାବକ ଚକ୍ରଧରପୁର ରେଳ ଡିଭିଜନ ରେ ହେବାକୁ ଥିବା ଉନ୍ନୟନ କାର୍ଯ୍ୟ ପାଇଁ ବାମରା ଦେଇ ଯାଉଥିବା ଝାରସୁଗୁଡା ରାଉରକେଲା ମେମୁ ଓ ଝାରସୁଗୁଡ଼ା ହାଟିଆ ମେମୁ ଏକ୍ସପ୍ରେସ ଟ୍ରେନ ନଭେମ୍ବର ୧୫, ୧୮, ୨୨, ୨୫, ଓ ୨୯ ତାରିଖ ଦିନ ବାତିଲ ରହିବ। ଏନେଇ ରେଳ ବିଭାଗ ପକ୍ଷରୁ ବୁଧବାର ସନ୍ଧ୍ୟା ସାତଟା ସମୟରେ ସୂଚନା ପ୍ରଦାନ କରାଯାଇଛି।