ରେଢାଖୋଲ: ବୁଢୀପାଣି ଗ୍ରାମରେ ଟି ବି ଦବ୍ଲ୍ଯୁ ଟି ଏଫ ପ୍ରକଳ୍ପକୁ ଅନୁମତି ନଦେବା ପାଇଁ ଉପ ଜିଲ୍ଲାପାଳଙ୍କ ଠାରେ ଦାବି କଲେ ଅଞ୍ଚଳବାସୀ
ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଳକ ଲୁହାପଙ୍କ ପଞ୍ଚାୟତର ବୁଢୀପାଣି ଗ୍ରାମଠାରେ ମେସର୍ସ ନିଉଅନ୍ ଗ୍ରୀନଟେକ ଏଲଏଲ ପି ଦ୍ଵାରା ବାୟ ମେଡିକାଲ wastaga ପ୍ରୋଜେକ୍ଟ ପାଇଁ ଯୋଜନା କରାଯାଉଥିଲା। ଏହି ପ୍ରୋଜେକ୍ଟ ପାଇଁ ଗତ ତା ୧୨/୦୮/୨୦୨୫ ରେ ଏକ ଜନଶୁଣାଣୀ କାର୍ଯ୍ୟକ୍ରମ ଲୁହାପଙ୍କ ଗ୍ରାମ ଠାରେ ଅନୁଷ୍ଠିତ ହୋଇଥିଲା। ଏଠାରେ ଗ୍ରାମପଞ୍ଚାୟତ ର ବୁଢ଼ୀ ପାଣି , ହେମାମୁରା, ଅଙ୍ଗାରପୋଡା, ଚାରବାଟି ତଥା ପଞ୍ଚାୟତ ର ସମସ୍ତ ଗ୍ରାମବାସୀ ପ୍ରୋଜେକ୍ଟ ନହେବା ପାଇଁ ଦୃଢ ବିରୋଧ କରାଯାଇଥିଲା l