ପଦ୍ମପୁର: ପଦ୍ମପୁର ସରକାରି ବାଳିକା ଉଚ୍ଚ ବିଦ୍ୟାଳୟ ରେ ଓଡ଼ିଶୀ ନୃତ୍ୟ କର୍ମଶାଳା ଅନୁଷ୍ଠିତ, ଯୋଗଦେଲେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା
ବରଗଡ ଜିଲ୍ଲା ପଦ୍ମପୁର ସହର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଓଡ଼ିଶୀ ନୃତ୍ୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆଜି ସକାଳ ୧୧ଟା ୩୦ ମିନିଟ ସମୟରେ ପଦ୍ମପୁର ବିଧାୟିକା ଶ୍ରୀମତି ବର୍ଷା ସିଂ ବରିହା ଯୋଗଦେଇ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଶିଳ୍ପୀ ମମତା ବରିହା ଙ୍କୁ ସମ୍ଭର୍ଦ୍ଧିତ କରିବା ସହ କୁନି କୁନି ପ୍ରତିଭା ମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ।