ଦେବଗଡ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଖାଦ୍ୟ ପ୍ରଦର୍ଶନୀ ମଣ୍ଡପର ଉଦଘାଟନ
ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ହେଉଥିବା ଖାଦ୍ୟର ପ୍ରଚାର ପ୍ରସାର ଏବଂ ଲୋକଙ୍କୁ ଏଥିରେ ସାମିଲ କରିବାର ଉଦ୍ଦେଶ୍ୟ ନେଇ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଆଜି ଦେବଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଖାଦ୍ୟ ପ୍ରଦର୍ଶନୀ ମଣ୍ଡପର ଉଦଘାଟନ କରାଯାଇଛି । କୃଷି ବିଭାଗ ପକ୍ଷରୁ ଶ୍ରୀ ଅନ୍ନ ଅଭିଯାନ ଓ ମିଶନ ଶକ୍ତିର ମିଳିତ ପ୍ରୟାଶରେ ଏହା ଅନୁଷ୍ଠିତ ହୋଇଛି । ଦେବଗଡ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥି ଭାବେ ଫିତାକାଟି ଖାଦ୍ୟ ପ୍ରଦର୍ଶନୀ ମଣ୍ଡପର ଉଦଘାଟନ କରିଥିଲେ ।