ଧର୍ମଗଡ: କେନାଲ ରୁ ବିରାଟ ଅଜଗର ଉଦ୍ଧାର
ଉଦ୍ଧାର ସାପ ସାହାଜଖୋଲ ଜଙ୍ଗଲ ରେ ଛାଡିଲେ ବନ କର୍ମଚାରୀ ।
ବୋଡେ଼ନ କେନାଲରେ ଗୁରୁବାର ବିଳମ୍ବିତ ରାତ୍ରିରେ ବିରାଟକାୟ ଅଜଗର ସାପ ଥିବା ନେଇ ଜଙ୍ଗଲ ବିଭାଗ କର୍ମଚାରୀ ଙ୍କୁ ସୂଚିତ କରିଥିଲେ। ଖବର ମିଳିବା ପରେ ଧର୍ମଗଡ ବନାଞ୍ଚଲ ଜୀବଜନ୍ତୁ ଉଦ୍ଧାର କାରୀ ଦଳର ସଦସ୍ୟ ସ୍ୱାଧୀନ ଦଣ୍ଡସେନା ପହଞ୍ଚି କେନାଲରୁ ସୁରକ୍ଷିତ ଅବସ୍ଥାରେ ଅଜଗରକୁ ଉଦ୍ଧାର କରିଛନ୍ତି।ଉଦ୍ଧାର ଅଜଗର ସାପ କୁ ଡାକ୍ତରଖାନା ରେ ଚିକିତ୍ସା ପରେ ସାହାଜଖୋଲ ଜଙ୍ଗଲ ରେ ଛଡା ଯାଇଥିବା ନେଇ ଜଙ୍ଗଲ ବିଭାଗ କର୍ମଚାରୀ ସୂଚନା ଦେଇଛନ୍ତି।