ଓରିଏଣ୍ଟ: ଝାରସୁଗୁଡାରେ ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ ୧୦୦ ରୁ ଉର୍ଦ୍ଧ୍ବ ମହିଳା ଓ ଯୁବତୀଙ୍କୁ ନିଶୁଳ୍କ ଭାବରେ ଦେଖାଗଲା ଦ ବଙ୍ଗାଳ ଫାଇଲସ ଚଳଚିତ୍ର
ବିଭାଜନ ଓ ୧୯୪୬ ରେ ବଙ୍ଗାଳ ନୋଆଖଲି ଦଙ୍ଗା ଉପରେ ଆଧାରିତ ଚଳଚ୍ଚିତ୍ର ଦ ବଙ୍ଗାଳ ଫାଇଲସ ଅନେକ ବାଦ ବିବାଦ ପରେ ସେପ୍ଟେମ୍ବର ପାଞ୍ଚ ତାରିଖରେ ସମଗ୍ର ଦେଶରେ ରିଲିଜ ହୋଇଛି। ତେବେ ଆଜି ଦିନ ତିନିଟା ସମୟରେ ଝାରସୁଗୁଡା ର ଏକ ସିନେମା ହଲରେ ହିନ୍ଦୁ ଜାଗରଣ ମଞ୍ଚ ଝାରସୁଗୁଡା ପକ୍ଷରୁ ଦ ବଙ୍ଗାଳ ଫାଇଲସ ଚଳଚିତ୍ର ୧୦୦ ରୁ ଉର୍ଦ୍ଧ୍ବ ମହିଳା ଓ ଯୁବତୀଙ୍କୁ ନିଶୁଳ୍କ ଭାବରେ ଦେଖାଯାଉଛି। ଚଳଚିତ୍ର କୌଣସି ଘଟଣା ବିଷୟରେ ଜନସାଧାରଣ ଙ୍କୁ ଅବଗତ କରାଇବାର ମାଧ୍ୟମ ବୋଲି ସଙ୍ଘଠନ ପକ୍ଷରୁ କୁହାଯାଇଛି। ଏହି ଅବସରରେ ହିନ୍ଦୁ ଜାଗରଣ ମଞ୍ଚ ଝାରସୁଗୁଡା ପକ୍ଷରୁ ସଂଜୀବ ଝା, ଜିଲ୍ଲା ସଂଯୋଜକ ଅରୁଣ