ରେଢାଖୋଲ: ରେଢ଼ାଖୋଲ ଏନଏସି କାର୍ଯ୍ୟାଳୟରେ ଶୁଭାରମ୍ଭ ହେଲା ମୋ ଖତ ସାର
ରେଢ଼ାଖୋଲ ଏନଏସି କାର୍ଯ୍ୟାଳୟରେ ଶୁଭାରମ୍ଭ ହେଲା ମୋ ଖତ ସାର ରେଢ଼ାଖୋଲ ଜନ ସାଧାରଣ ଙ୍କୁ ସୁଲଭ ମୂଲ୍ୟରେ ବିଜ୍ଞାପିତ ଅଂଚଳ ପରିଷଦ ପରିସର ମଧ୍ୟରେ ଗୁରୁବାର ସକାଳେ ମୋ ଖତ ସାର ଦେବାର ଶୁଭାରମ୍ଭ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଏନଏସି ଅଧ୍ୟକ୍ଷ ଶିବରାମ ସାହୁ ଯୋଗଦେଇ ମୋ ଖତ ବିକ୍ରିର ଶୁଭାରମ୍ଭ କରିଥିଲେ । କିଗ୍ରା ପ୍ରତି ଦଶ ଟଙ୍କା ରେ ଏହି ଜୈବିକ ସାର ବା ମୋ ଖତ ଚାଷୀମାନେ ନେଇପାରିବେ । ଚାଷଜମି କିମ୍ବା ବଗିଚାରେ ଏହି ଖତ ପ୍ରୟୋଗ କରି ଭଲ ଫସଳ ମଧ୍ୟ ଅମଳ କରିପାରିବେ ବୋଲି ସୂଚନା ମିଳିଛି ।