ବଲାଙ୍ଗୀର ଜିଲ୍ଲା ଜାମୁଟ ରାସ୍ତାରେ ଅବକାରି ବିଭାଗର ବଡ଼ ସଫଳତା। ଦିଲ୍ଲୀ ନମ୍ବର ଥିବା ଏକ ଫର୍ଡ କାରରୁ ପ୍ରାୟ ୨୧ କେଜି ଗଂଜେଇ ଜବତ କରାଯାଇଛି। ଗାଡ଼ିକୁ ରୋକିବା ସମୟରେ ଚାଲାଣକାରୀ ଗାଡ଼ି ଛାଡ଼ି ପଳାଇଯାଇଥିବା ଜଣାପଡ଼ିଛି। ଗଂଜେଇ ସହ ଗାଡ଼ିକୁ ଜବତ କରି କୋର୍ଟ ଚାଲାଣ କରାଯାଇ ଥିବା ସୂଚନା ଆଜି ସନ୍ଧ୍ୟା ୫ଟା ୩୦ମିନିଟ୍ ସମୟରେ ଜଣା ପଡ଼ିଛି। ପଳାତକ ଅଭିଯୁକ୍ତଙ୍କ ଖୋଜାଖୋଜି ଜୋରଦାର ଭାବେ ଜାରି ରହିଥିବା ବିଭାଗ ସୂଚନା ଦେଇଛି