ଡାବୁଗାଁ: ଡାବୁଗାଁରେ ମା ଗଜଲକ୍ଷ୍ମୀ ଭସାଣି ଉତ୍ସବ ଅନୁଷ୍ଠିତ*
ଡାବୁଗାଁ ରେ ଅନୁଷ୍ଠିତ ହେଲା ମାଁ ଗଜଲକ୍ଷ୍ମୀଙ୍କ ଭସାଣି। ଭସାଣି ଉତ୍ସବରେ ଦୁଲୁକିଲା ଡାବୁଗାଁ ମାଟି । ଗଜଲକ୍ଷ୍ମୀ କମିଟି ଦ୍ଵାରା ଆୟୋଜିତ ବିରାଟକାୟ ମେଢ଼କୁ ବିରାଟ ପଟୁଆରରେ ବିସର୍ଜନ କରାଯାଇଛି। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ନାଚ ଗୀତର ତାଳେ ତାଳେ ରେଲି ସାହି ବାସିନ୍ଦାଙ୍କ ସହିତ ଗ୍ରାମ ବାସୀ ଅତି ଆନନ୍ଦ ଉଲ୍ଲାସରେ ଝୁମିଥିଲେ। ବହୁ ଦୂର ଦୂରାନ୍ତରୁ ପୂଜା କମିଟି ଦାମିକିଆ ଡି ଜେ ସାଉଣ୍ଡ , ଆଦିବାସୀ ଲୋକ ନୃତ୍ୟ ଓ ଆଧୁନିକ ସଙ୍ଗୀତ ପରିବେଷଣରେ ଲୋକେ ମସଗୁଲ ହୋଇଥିଲେ ।