ପଦ୍ମପୁର: ଜେନିଥ୍ ଲାୟଂଶ ଗୁରୁକୁଳରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ
ପଦ୍ମପୁର ସହରସ୍ଥିତ ଜେନିଥ୍ ଲାୟଂଶ ଗୁରୁକୁଳରେ ଉତ୍ସାହ ଓ ଉତ୍ସବମୁଖର ପରିବେଶରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଆଜି ସକାଳ 10ଟା ସମୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଲୋକନାଥ ଭୋଇ ଯୋଗଦେଇ କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଶ୍ରୀଯୁକ୍ତ ପ୍ରତାପ ମିଶ୍ର, ଉପସଭାପତି ଶ୍ରୀଯୁକ୍ତ ସୁଶାନ୍ତ ରଥ, ସମ୍ପାଦକ ଶ୍ରୀଯୁକ୍ତ ପବନ ଅଗ୍ରୱାଲ, କୋଷଧ୍ୟକ୍ଷ ଶ୍ରୀଯୁକ୍ତ ମହମ୍ମଦ ଜାୱେଦ୍, ଜେନିଥ୍ ଯୁକ୍ତ ଦୁଇ ମହାବିଦ୍ୟ