ପ୍ରତ୍ୟେକ ଦିନ ସଡକ ଦୃର୍ଘଟଣା ଘଟୁଛି । ଗଞ୍ଜାମ ଜିଲ୍ଲାରେ ମଧ୍ୟ ସଡକ ଦୃର୍ଘଟଣା ସଂଖ୍ୟା ବୃଦ୍ଧିପାଉଛି । ଏନେଇ ବୁଧବାର ପୂର୍ବାହ୍ନରେ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ରେ ଛତ୍ରପୁର ଉପଖଣ୍ଡ ସ୍ତରୀୟ ସଡକ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଉପଜିଲାପାଳ ଶିବାଶିଷ ବରାଳ ଅଧ୍ୟକ୍ଷତା କରିଥିଲେ । ଜିଲାରେ ଚଳିତ ବର୍ଷ ୨୦୨୫ଜାନୁଆରୀ ରୁ ଅକ୍ଟୋବର ରେ ପୂର୍ବ ବର୍ଷ ଅପେକ୍ଷା ୯ ପ୍ରତିଶତ ସଡକ ଦୃର୍ଘଟଣାରେ ହାର ବଢିଥିବା ବେଳେ ୧୭ ପ୍ରତିଶତ ମଧ୍ୟ ମୃତ୍ୟୁ ହାର ବୃଦ୍ଧି ପାଇଥିବା ସୂଚନା ମିଳିଛି।