ଜଳେଶ୍ବର: ରାଜଘାଟ ବାରୁଣୀ ପଡିଆରେ ପ୍ରଣାମ ଭାରତର ତୃତୀୟ ବାର୍ଷିକ ବୋଇତ ବନ୍ଦାଣ ସମାରୋହ, ସୁବର୍ଣ୍ଣରେଖାରେ ମଙ୍ଗଳାରତି ଓ ସୂର୍ଯ୍ୟବନ୍ଦନ
ପ୍ରଣାମ ଭାରତର ତୃତୀୟ ବାର୍ଷିକ ବୋଇତ ବନ୍ଦାଣ ସମାରୋହ ସୁବର୍ଣ୍ଣରେଖାରେ ମଙ୍ଗଳାରତି ଓ ସୂର୍ଯ୍ୟବନ୍ଦନ lଆଜି ଆମ ଉତ୍କଳୀୟ ନୌବାଣିଜ୍ୟରେ ସ୍ମୃତି ବହନ କରି କାର୍ତ୍ତିକ ପୂର୍ଣ୍ଣିମା ତଥା ପଞ୍ଚୁକର ସମାପନୀ ଦିବସ ଅବସରରେ ବସ୍ତା ବ୍ଲକ ଅନ୍ତର୍ଗତ ରାଜଘାଟ ସ୍ଥିତ ବାରୁଣୀ ପଡିଆରେ 'ପ୍ରଣାମ ଭାରତ' ପକ୍ଷରୁ ତୃତୀୟ ବାର୍ଷିକ ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଛି।କାର୍ଯ୍ୟକ୍ରମରେ ସଂଗଠନର ସଭାପତି ଇଂ ତ୍ରିଭୁବନ ଦାସ ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥି ଭାବେ ସରକାରୀ ଦଳ ଉପ ମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ,ମୁଖ୍ୟବକ୍ତା ଭାବେ ରାଜ୍ୟ