ଦଳିତ ସମାଜ ଉପରେ ହେଉଥିବା ଉତ୍ପୀଡନକୁ ନେଇ ଆଜି ଭୀମ ଆର୍ମି ଜୟ ଭୀମ ସଂଘଟାନ ପକ୍ଷରୁ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଛନ୍ତି ସଂଘଟାନର ରାଜ୍ୟ ସଭାପତି। ଜିଲ୍ଲାପାଳଙ୍କ ମାଧ୍ୟମରେ ରାଷ୍ଟ୍ରପତିଙ୍କୁ ଏକ ଦାବିପତ୍ର ପ୍ରଦାନ କରି, ଦଳିତ ଉପରେ ହେଉଥିବା ଅନ୍ୟାୟ ଓ ଅତ୍ୟାଚାର ବନ୍ଦ କରିବାକୁ ଦୃଢ଼ ଦାବି ରଖିଛନ୍ତି। ଏହି ଅବସରରେ ରାଜ୍ୟ ସଭାପତି କହିଛନ୍ତି, ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଓ ପୀଡ଼ିତଙ୍କୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ।