ଅନୁଗୋଳ ଛେଣ୍ଡିପଦା କଣିହାଁ ପିଏମ ଉଚ୍ଚ ବିଦ୍ୟାଳୟରେ ସାଂସଦ ଖେଳ ମହୋତ୍ସବ ଉଦଯାପିତ ହୋଇଯାଇଛି। ୪୮ଜଣ ଛାତ୍ରଛାତ୍ରୀ ସଂସଦୀୟ କ୍ଷେତ୍ର ଖେଳକୁ ମନୋନୀତ ହୋଇଛନ୍ତି। ଅତିଥି ଭାବେ କଣିହାଁ ବିଡ଼ିଓ ତ୍ରିବିକ୍ରମ କୁମରା , ଢେଙ୍କାନାଳ ସାଂସଦ ପ୍ରମୁଖ ଯୋଗଦେଇ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ । ଏହି ମହୋତ୍ସବ ଯୁବ ସମାଜ ସହଭାଗିତା ଓ ପ୍ରତିଭାକୁ ଆଗକୁ ଆଣି, ତୃଣମୂଳରୁ ରାଜ୍ୟ, ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ନୂତନ ଖେଳାଳି ସୃଷ୍ଟି କରିବାରେ ଏକ ମାଇଲ ଖୁଣ୍ଟ ହେବ ।