ଆଜି ଅପରାହ୍ନରେ ପାପଡାହାଣ୍ଡି ବ୍ଲକ ମୋକିଆ ସଦର ମହକୁମାରେ ଦୁଇ ବାଇକ ମଧ୍ୟରେ ଧକ୍କା ହୋଇ ତିନି ଜଣ ଆହତ ହୋଇଛନ୍ତି | ସମସ୍ତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ମେଡିକାଲ ପଠାଯାଇଛି | ଆହତ ମାନଙ୍କ ମଧ୍ୟରେ ମୋକିଆରେ ଜଣେ ଓ ଚେରଚେଟାର ଦୁଇ ଜଣ ଯୁବକ ରହିଛନ୍ତି | ମୋକିଆର ଯୁବକ ଡଙ୍ଗରିଗୁଡା ଆଡ଼କୁ ଯିବା ସମୟରେ ବିପରିତ ଦିଗରୁ ଆସୁଥିବା ଚେରଚେଟାର ଦୁଇ ଜଣଯୁବକ ବାଇକ ସହ ଧକ୍କା ହୋଇଥିଲା | ମୋକିଆର ପୂର୍ବତନ ସମିତି ଯୁଗଳ ବିଶୋଇ ଓ ସ୍ଥାନୀୟ ବାସିନ୍ଦା ଉଦ୍ଧାର କରି ମେଡିକାଲ ପଠାଇଥିଲେ |