ଝାରସୁଗୁଡା ଜିଲ୍ଲା ପ୍ରଶାସନ ଏବଂ ଓଡ଼ିଶା ଜୀବିକା ମିଶନର ମିଳିତ ପ୍ରୟାସରେ ଲଖନପୁର ବ୍ଲକ ଅନ୍ତର୍ଗତ ସାରଣ୍ଡାମାଲ ଗ୍ରାମପଞ୍ଚାୟତ ଖଡାମ ଠାରେ ଆଜି ଦିନ ସାଢ଼େ ବାରଟା ସମୟରେ ଏକ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ ହୋଇଯାଇଛି। ଝାରସୁଗୁଡା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କାଫେର ଉଦ୍ଘାଟନ କରିଛନ୍ତି। ଏହି ନୂତନ କାଫେଟି ସାରଣ୍ଡାମାଲର ‘ମା’ ସନ୍ତୋଷୀ ସ୍ୱୟଂ ସହାୟକ ଗୋଷ୍ଠୀ’ ର ସଦସ୍ୟାମାନଙ୍କ ଦ୍ୱାରା ପରିଚାଳିତ ହେବ। ମହିଳାମାନଙ୍କ ମଧ୍ୟରେ ଉଦ୍ୟୋଗୀ ଭାବନା ଜାଗ୍ରତ କରିବା ଏବଂ ସେମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା